ସୁନ୍ଦରଗଡ଼: ଶାନ୍ତି କମିଟି ବୈଠକରେ ପରେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ବିଏନ୍ଏସ୍ଏସ୍ ୧୬୩ ଧାରା ଉଚ୍ଛେଦ କରାଯାଇଛି । ଏ ନେଇ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହିତ ସହରରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଶାନ୍ତି ଫେରାଇ ଆଣିବାକୁ ଶାନ୍ତି ଶୋଭଯାତ୍ରା ମଧ୍ୟ କରାଯିବ ।
ଏକ ଗୁଜବକୁ କେନ୍ଦ୍ର କରି ରିଜେଣ୍ଟ୍ ମାର୍କେଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରସ୍ପର ମଧ୍ୟରେ ପଥର ମାଡ଼, ଭଙ୍ଗାରୁଜା, ଗାଡ଼ି ପୋଡ଼ା ଜଳା କରାଯାଇଥିଲା । ଏହି ସମୟରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସହିତ ଉଭୟ ଗୋଷ୍ଠୀର ୮ ଜଣ ଆହତ ହୋଇଥିଲେ । ଏହା ପରେ ସହରରେ ବିଏନ୍ଏସ୍ଏସ୍ ଧାରା ୧୬୩ ଜାରି କରାଯିବା ସହିତ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଥିଲା ।