ଭୁବନେଶ୍ୱର: ବହୁଚର୍ଚ୍ଚିତ ଧଉଳି ଗଣ ଦୁଷ୍କର୍ମ ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଫେରାର ଥିବା ଅଭିଯୁ଼କ୍ତ ସାଗର ଜେନାକୁ ରାଜ୍ୟ ବାହାରୁ ଗିରଫ କରିଛି କମିଶନରେଟ୍ ପୁଲିସ। ଗିରଫ ପରେ ସାଗରକୁ କ୍ରାଇମ୍ ସ୍ପଟ୍ ନିଆଯିବ। ଏହା ପରେ ଟିଆଇ ପରେଡ କରିବ।
ଅଭିଯୁକ୍ତ ସାଗର ଜେନା ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ବଡଗଡ ଥାନା ଅଞ୍ଚଳରୁ ପୂର୍ବରୁ ମଧ୍ୟ ଫାୟରି ଘଟଣାରେ ସେ ଗିରଫ ହୋଇଥିଲା। ତେବେ ଗଣଦୁଷ୍କର୍ମ ଦିନ ମୁଖ୍ୟ ଅଭିଯୁକ୍ତ ହାପିର ସହଯୋଗୀ ଥିଲା ସାଗର। ଘଟଣା ଦିନ ଦୁଷ୍କର୍ମ ପିଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ରଖିଥିଲା। ଏହି ଘଟଣାରେ ପୁର୍ବରୁ ତିନି ଜଣ ଗିରଫ ହୋଇଛନ୍ତି। ଗତ ୧୦ତାରିଖରେ ଦୟା ନଦୀ କୁଳରେ ଘଟିଥିଲା ଗଣ ଦୁଷ୍କର୍ମ ଘଟଣା । ବର୍ତମାନ ସୁଦ୍ଧା ଆଉ ଜଣେ ଅଭିଯୁକ୍ତ ମଧ୍ୟ ଫେରାର ରହିଛି।
ଅଧିକ ପଢନ୍ତୁ: ଗଞ୍ଜାମରେ ଏକାଧିକ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ବିଜେଡ଼ି ନେତାଙ୍କ ଘରେ ପଶିଲା ଟିମ୍