ଭୁୁବନେଶ୍ୱର: ବିଜେଡିରୁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ କରାଯିବା ରାଜ୍ୟ ରାଜନୀତିରେ ଚହଳ ପକାଇଛି । ଦୁଇ ବିଧାୟକଙ୍କୁ ଅଚାନକ ବିଜେଡିରୁ ସସପେଣ୍ଡ କରାଯିବାକୁ ଅନେକ ନେତା ସହଜରେ ଗ୍ରହଣରେ କରି ପାରୁ ନାହାନ୍ତି । ଏହାକୁ ନେଇ ବୟାନବାଜି ଆରମ୍ଭ ହୋଇ ଯାଇଛି । ଦୁଇ ବିଧାୟକଙ୍କୁ ବିଜେପି ହାତରେ ଟେକି ଦିଆଯାଇଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଧାୟକଙ୍କୁ ନିଲମ୍ବନ ନିଷ୍ପତ୍ତି ବୁମେରାଂ ହୋଇପାରେ ବୋଲି କହିଛନ୍ତି ବରିଷ୍ଠ ନେତା ରବି ପାଣି ।
ବିଜେଡିର ଦୁଇ ବିଧାୟକ ନିଲମ୍ବନ ନେଇ ଭକ୍ତ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୁଇ ବିଧାୟକଙ୍କୁ ବିଜେପିକୁ ଟେକି ଦିଆଗଲା । ଏହା ତ ଆରମ୍ଭ । ଦୁଇ ମାସ ଭିତରେ ରାଜ୍ୟସଭା ପୂର୍ବରୁ ଆହୁରି ବିଧାୟକଙ୍କୁ ବିଜେପି ହାତରେ ଟେକି ଦେବେ । ବିଜେଡି ଏବେ ବିଜେପିକୁ ମଜବୁତ କରିବାରେ ଲାଗିଛନ୍ତି । ବିଜେଡି ବିଜେପି ପାଇଁ କାମ କରୁଛି ବୋଲି ଭକ୍ତ କହିଛନ୍ତି ।
ବରିଷ୍ଠ ନେତା ରବି ପାଣି କହିଛନ୍ତି, ବିଧାୟକଙ୍କ ଉପରେ ଆକ୍ସନ ବୁମେରାଂ ହୋଇପାରେ । ପରୋକ୍ଷରେ ବିଜେଡି ନେତା ଅତନୁ ସବ୍ୟସାଚୀଙ୍କୁ ଟାର୍ଗେଟ୍ କରିଛନ୍ତି ରବି ପାଣି । ଯେଉଁମାନେ ବିଶ୍ୱାସଘାତ କହୁଛନ୍ତି, ସେମାନେ ମେ ୨୯ରେ କଣ କରିଥିଲେ । ନବୀନଙ୍କ ପାଖରେ ବିଶ୍ୱାସଘାତକ ଘେରି କି ରହିଛନ୍ତି । ନବୀନ ସବୁ ବେଳେ ଛାଇକୁ ଭୟ କରନ୍ତି ।
ସୂଚନାଯୋଗ୍ୟ, ଗତକାଲି ବିଜେଡିି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛନ୍ତି । ଏହାକୁ ନେଇ ସରଗରମ ରାଜ୍ୟ ରାଜନୀତି । କାହିଁକି ସେମାନଙ୍କୁ ଦଳରୁ ନିଳମ୍ବିତ କରାଗଲା ସେମାନେ ଜାଣି ପାରୁ ନାହାନ୍ତି ବୋଲି ଅରବିନ୍ଦ ଓ ସନା ମହାକୁଡ କହିଛନ୍ତି । ତେବେ ଅରବିନ୍ଦଙ୍କୁ ବିଜେଡିରୁ ସସପେଣ୍ଡ ସଭିଙ୍କୁ ବିସ୍ମିତ କରିଛି ।
Also read: ଅରବିନ୍ଦଙ୍କ ନିଲମ୍ବନ ପରେ ବିଜୟଙ୍କ ପ୍ରତିକ୍ରିୟା, ବିଶ୍ୱାଘାତକ କିଏ ଲୋକେ ବିଚାର କରିବେ