ବାରଙ୍ଗ : ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ବିଶାଳକାୟ କୁମ୍ଭୀର। ମହାନଦୀ ମଝି ଟାପୁ ଉପରେ ଶୋଇଥିଲା କୁମ୍ଭୀର। ଅନେକ ଲୋକ କୁମ୍ଭୀରକୁ ଦେଖି ଭୟଭୀତ ଥିବା ବେଳେ କିଛି ଲୋକଙ୍କ ମଧ୍ୟରେ କୁମ୍ଭୀର ଦେଖିବା ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାପରେ ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଆୟତ୍ତ କରିଥିଲେ। ଏହା ଏକ ଥଣ୍ଟିଆ କୁମ୍ଭୀର ବୋଲି ବନ ବିଭାଗ ଅନୁମାନ କରୁଛି। ସେପଟେ ନଦୀ କୂଳିଆ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନଦୀ ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି।
ସୂଚନା ମୁତାବକ, ରାଜ୍ୟରେ ଦିନକୁ ଦିନ ଶୀତର ପରିମାଣ ବଢୁଛି। ଏଥିପାଇଁ ଅନେକ ଅନେକ ସମୟରେ ଜଳଚର ଜୀବଜନ୍ତୁଙ୍କୁ ଆମେ ସ୍ଥଳପଥରେ ଦେଖିବାକୁ ପାଉଛୁ। ଏପରିକି ଏକ ଥଣ୍ଟିଆ ବିଶାଳକାୟ କୁମ୍ଭୀରଟିକୁ ମହାନଦୀ ମଝିରେ ଥିବା ଟାପୁ ଉପରେ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅତ୍ୟଧିକ ଶୀତ ଦିନ ଥିବାରୁ ଖରା ଖାଇବାକୁ ବାଲି ଉପରକୁ ଚାଲି ଆସିଥିବା ବନ ବିଭାଗ କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଭଗିପୁର ବନ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନଦୀ କୂଳରେ ନିୟୋଜିତ କରାଯାଇଛି।
ଅଧିକ ପଢନ୍ତୁ : ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ, ଧାରା ୧୬୩ ଜାରି