ଭୁବନେଶ୍ୱର: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ୨ ବିଧାୟକଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ପାଟକୁରା ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟପାଇଁ ଆଜି ଦୁଇଜଣ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ବାଚସ୍ପତିଙ୍କୁ ବିଜେଡି ତରଫରୁ ସୂଚନା ଦିଆଯାଇଛି।
ଉଭୟ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ। ତେବେ ଦଳର ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତି ପରେ ଏବେ ବିଜେଡି ଭିତରେ କମ୍ପନ ଦେଖିବାକୁ ମିଳିଛି । ଏହି ଦୁଇନେତା ବାରମ୍ବାର ବିଜେଡି ଓ ଦଳର ସୁପ୍ରିମୋଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଅଭିଯୋଗ ହେଉଥିଲା।
ଅଧିକ ପଢନ୍ତୁ: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ୧୪୪ ଧାରା ଜାରି, ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ