ପିପିଲି : ହୁତୁହୁତୁ ହୋଇ ଜଳିଲା ପାଳଗଦା। ପ୍ରାୟ ୭ ଏକର ଜମିର କଳେଇ ନଡ଼ା ଜଳିପୋଡ଼ି ପାଉଁଶ। ପିପିଲି ନିମାପଡ଼ା ଗରପଦା ଗାଁର ଅକ୍ରୁର ଜେନା ନିଜର ୪ଏକର ଏବଂ ଭାଗରେ ୩ ଏକର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପାଳଗଦା ଉପରେ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଯାଇଥିବାରୁ ଏପରି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ଦେଇଛି ଅଗ୍ନିଶମ ବିଭାଗ।
ସୂଚନା ଅନୁସାରେ, ପିପିଲି ନିମାପଡ଼ା ଗରପଦା ଗାଁର ଅକ୍ରୁର ଜେନା ଧାନ ଅମଳ ପରେ ପାଳ ଗୁଡ଼ିକ ଗଦା କରିଥିଲେ। ହେଲେ ଗୁରୁବାର ବିଳମ୍ବିତ ରାତିରେ ଅକ୍ରୁରଙ୍କର ୭ ଏକର ଜମିରେ ହଠାତ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କ୍ଷଣକା ଭିତରେ ପ୍ରାୟ ୭ ଏକର ଜମି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ପିପିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଉକ୍ତ ଘଟଣା ପରେ ଗ୍ରାମବାସୀ କ୍ଷତି ପୂରଣ ଦାବି କରିଛନ୍ତି।
ଅଧିକ ପଢନ୍ତୁ : ମହାନଦୀରେ ବିଶାଳକାୟ କୁମ୍ଭୀର ,ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ