ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ମାଂସକୁ ନେଇ ଦୁଇ ଗୋଷ୍ଠୀ ପରସ୍ପରକୁ ଢେଲା ପଥର ମାଡ଼ କରାଯାଇଛି । ଘଟଣାସ୍ଥଳରେ ସୁନ୍ଦରଗଡ଼ ଏସପି, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ଏଡିଏମ୍ ଅଭିମନ୍ୟୁ ମାଝୀ ଏବଂ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ପହଁଚିଛନ୍ତି ।
ମାଂସକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଖବର ତୁରନ୍ତ ପୋଲିସ ସେଠାରେ ପହଁଚି ମୃଦ୍ୟୁ ଲାଠି ଚାଳନା କରିଥିଲା । ଢେଲାପଥର ମାଡ଼ରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଉତ୍ତେଜନା ମୂଳକ ପରିସ୍ଥିତିକୁ ଦେଖି ଘଟଣା ସ୍ଥଳରେ ବିଏନ୍ଏସ୍ଏସ୍ ଧାରା ୧୬୩ ଜାରି କରାଯାଇଛି । ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି । ଶାନ୍ତି କମିଟି ବୈଠକ ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ୍ ସେବା ଉପରେ କଟକଣା ଲାଗୁ କରାଯାଇପାରେ ବୋଲି ସୂଚନା ମିଳିଛି ।