ଭୁବନେଶ୍ୱର: ବିଦା ହେବେ ନନ୍ ପରଫର୍ମିଂ ଅଧ୍ୟାପକ। ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦ୍ଦେଶନାମା ରହିଛି। ଜାନୁଆରୀ ୩୧ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଦେଇଛି ବିଭାଗ। ଶିକ୍ଷା ମାନଦଣ୍ଡରେ ଉନ୍ନତି ସହିତ କାର୍ଯ୍ୟଶୈଳୀର ସମୀକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗ ନନ୍ ପରଫର୍ମିଂ କଲେଜ ଅଧ୍ୟାପକଙ୍କ ତାଲିକା ମାଗିଛି। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର, ସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲ, ସରକାରୀ ଶିକ୍ଷଣ ତାଲିମ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଓ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖାଯାଇଛି। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦ୍ଦେଶନାମା ଜାରି ହୋଇଛି । ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ହୋଇଛି।