ଭୁବନେଶ୍ୱର : ପୁଣି ଅସହ୍ୟ ହେଲାଣି ତାତି। କଲବଲ ହେଲାଣି ରାଜ୍ୟବାସୀ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା କାରଣରୁ କିଛି ଦିନ ହେବ ଟାଣ ଖରାର ପ୍ରକୋପ କିଛିଟା ମାତ୍ରାରେ କମିଥିଲା। ହେଲେ ଏବେ ପୁଣିଥରେ ରାଜ୍ୟକୁ ଫେରୁଛି ତାତି।
ତେବେ ଆଜି ବି ଅସହ୍ୟ ତାତି ଅନୁଭୁତ ହେବ। ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ରହିବ। ୧୧ ରୁ ୧୪ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଗକୁ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରାଯାଉଛି।