ସମ୍ପୂର୍ଣ୍ଣ ଦେଶ ୨୧ ଦନିଆ ଲକ୍ ଡାଉନ୍‌: ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚେକିଂ, ଘରୁ ନ ବାହାରିବାକୁ ପୋଲିସ କରୁଛି ସଚେତନ
Khabar Odisha:State-Odisha-police-checking-across-Odisha
ଭୁବନେଶ୍ୱର, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

‘କରୋନା’ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କଠୋର କଟକଣା ଜାରି କରିଛନ୍ତି । କେନ୍ଦ୍ର ସରକାର ଘୋଷଣା କରିଥିବା ସାରା ଦେଶ ୨୧ ଦିନିଆ ଲକ୍ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
ସାରାଦେଶରେ ୨୧ ଦିନିଆ ତାଲାବନ୍ଦର ଆଜି ପ୍ରଥମ ଦିନ । ଗତକାଲି ମଧ୍ୟରାତ୍ରିରୁ ଓଡିଶାରେ ଏହି କଟକଣାକୁ କଡାକଡି ପାଳନ କରିବାକୁ ଆରମ୍ଭ ହୋଇଛି । ତାଲାବନ୍ଦ ସମୟରେ ଘରୁ ପଦାକୁ ନବାହାରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଫଳରେ ଲୋକ ବାହାନା କରି ଘରୁ ବାହାରକୁ ବାହାରୁ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋର ଧରିଛି ଗାଡିମୋଟର ଚେକିଂ । ପୋଲିସ ରାସ୍ତାରେ ଅନେକ ସ୍ଥାନରେ ବ୍ୟାରିକେଡ୍ ତିଆରି କରିବା ସହ ପୋଲିସ ଲୋକଙ୍କ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ଏହା ସହିତ କରୋନା ଲୋକଙ୍କୁ ପଦାକୁ ନବାହାରିବାକୁ ଲୋକଙ୍କୁ ସଚେତନ କରୁଛି ପୋଲିସ । ତାଲାବନ୍ଦ କଟକଣାକୁ ବେଖାତିର କରି ପଦାକୁ ବାହାରିଥିବା ଲୋକଙ୍କୁ ରାସ୍ତାରେ ଅଟକାଇ ପୋଲିସ ପଚରାଉଚରା କରିବା ସହ ଫେରାଇ ଦେଉଥିବା ଦେଖିବାକୁ ମିଳିଛି ।

  • Tags:

Subscribe

National International State Sports Entertainment