‘ପରିକ୍ରମା’ ପ୍ରକଳ୍ପ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀମନ୍ଦିର । ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିରର "ପରିକ୍ରମା" ପ୍ରକଳ୍ପର ଉଦ୍ଘାଟନ ଥିବା ବେଳେ ସବୁ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପତ୍ର ଦିଆଯିବ । ଦେଶ ବାହାରେ ଥିବା ପ୍ରମୁଖ ଦେବପୀଠକୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯିବ । ଯାହାପାଇଁ ଦେଶ ବାହାରକୁ ଯିବା ପାଇଁ ଓ ଦେଶ ଭିତରେ ନିମନ୍ତ୍ରଣ ପତ୍ର ବାଣ୍ଟିବା ପାଇଁ ବିଭିନ୍ନ ଟିମ ମଧ୍ୟ କରାଯାଇଛି । ଆଉ ମାତ୍ର କିଛି ଦିନ ଥିବାରୁ ସମସ୍ତ କାର୍ଯ୍ୟ କିପରି ସୂଚାର ରୂପେ କରାଯିବ ସେଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଶ୍ରୀମନ୍ଦିର ‘ପରିକ୍ରମା’ ପ୍ରକଳ୍ପ ପାଇଁ ପ୍ରଥମ ନିମନ୍ତ୍ରଣ ପ୍ରଭୁ ଲିଙ୍ଗରାଜଙ୍କୁ ଦିଆଯିବ । ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ପରେ ଅନ୍ୟାନ୍ୟ ଦେବପୀଠକୁ ନିମନ୍ତ୍ରଣ ପତ୍ର ପଠାଯିବ ।
ଆଗକୁ ପଢ଼ନ୍ତୁ : ବଡ଼ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭିଡ