ବଡ଼ଦିନରେ ଦେଖିବାକୁ ମିଳିଛି ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ । ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରି ନିଜର ଦିନକୁ ଆହୁରି ଶୁଭ କରିବା ପାଇଁ ଦୂରଦୂରାନ୍ତରୁ ଆସିଛନ୍ତି । ସକାଳୁ ସକାଳୁ ଲୋକଙ୍କ ଭିଡ ଜମିଛି ବଡ଼ଦାଣ୍ଡରେ । ଏହି ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିବା ବେଳେ ଲମ୍ବା ଲାଇନ ମଧ୍ୟ ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିରରେ ଏସି ଟନେଲ ନିର୍ମାଣ କାର୍ଯ୍ୟ ଡିସେମ୍ବର 25 ସୁଦ୍ଧା ସାରିବା ବୋଲି କୁହାଯାଇଥିଲେ ମଧ୍ୟ ଏପର୍ୟ୍ଯନ୍ତ କାମ ଚାଲିଛି । ଏହାସହ ଶ୍ରୀମନ୍ଦିରରେ ଭୋର ୫ଟା ୩୦ ରେମଙ୍ଗଳ ଆଳତୀ କରାଯାଇ ଥିବା ସହମହାପ୍ରଭୁଙ୍କର ଦର୍ଶନ ମଧ୍ୟ ଆରମ୍ଭ ହୋଇଥିଲା । ଆଓ କିଛି ଦିନ ପରେ ନୂଆ ବର୍ଷ ଆସିବାକୁ ଯାଉଛି । ଏଥିପାଇଁ ଏବେ ଠାରୁ ହିଁ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଛି । ଆସନ୍ତା ଦିନରେ ଭକ୍ତଙ୍କର ଭିଡ ଆହୁରି ବଢିବ ବୋଲି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଉଛି ।