ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଗଣତନ୍ତ୍ରକୁ ଆହୁରି ମଜଭୂତ କରିବ ବୋଲି କହିଲେ ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ । ରାଜ୍ୟରେ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିଷୟରେ ବହୁଦିନରୁ ବିଜେପି ଦଳର ନେତୃମଣ୍ଡଳୀ ଅଭିଯୋଗ କରି ଆସୁଥିଲେ। ବିଗତ କିଛି ବର୍ଷ ଧରି ରାଜ୍ୟ ସରକାରଙ୍କ ଆଚରଣ ଓ ଉଚ୍ଚାରଣ ଏହି ଅଭିଯୋଗକୁ ଖୋରାଖ ଯୋଗାଉଥିବା ବେଳେ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଏହାକୁ ଠିକ ବୋଲି ପ୍ରମାଣିତ କରି ସାରିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ବୁଧବାର ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଡ଼.ପ୍ରମୋଦ ରଥ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଗଣତନ୍ତ୍ରକୁ ଆହୁରି ମଜଭୂତ କରିବ ବୋଲି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସମେତ ଦଳୀୟ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ନିର୍ଦ୍ଧିଷ୍ଟ ଏକ କୁଚକ୍ରୀ ଅଣଓଡ଼ିଆ ଅମଲା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଛନ୍ତି। ଏଥିଲାଗି ସବୁ କ୍ଷେତ୍ରରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।
ତେଣୁକରି ବର୍ତ୍ତମାନ ନିର୍ବାଚନ ଆଯୁକ୍ତଙ୍କ ବିଭିନ୍ନ ଟିପ୍ପଣୀ ଓ କାର୍ଯ୍ୟାନୁଷ୍ଠାନରୁ ଏସବୁ ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରୁଛି । ଏହି ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ପେନାଲିଷ୍ଟ ମାନସ ବକ୍ସିଙ୍କ ସମେତ ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ଏବଂ ବିଜେପି କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।