ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ଫଳରେ କିଛି କିଛି ସ୍ଥାନରେ ବଡ଼ ନଦୀ ମାନଙ୍କରେ ଜଳର ମାତ୍ରା ବଢ଼ୀ ବନ୍ୟା ସୃଷ୍ଠି ହେଲାଣି। ତେବେ ଆଜି ବି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଆଜିଠାରୁ ଆସନ୍ତା ୪ ତାରିଖ ଯାଏ ପ୍ରବଳ ବର୍ଷିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର ଆଜି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବ। ତେଣୁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୪ ତାରିଖ ଯାଏଁ ଏହି ଜିଲ୍ଲା ମାନଙ୍କରେ ଅତିରୁ ଅତି ପ୍ରବଳ ବର୍ଷା ହେବ। ତେବେ ବର୍ଷାକୁ ଦୃଷ୍ଟିରେ ରଖି ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି।