ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜେଏମ ସ୍ପୋର୍ଟସ ଏକାଡେମୀରେ ଆଜି ବିଶ୍ଵ କ୍ରୀଡା ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରଥମ ଆଲମ୍ପିଆନ ଖେଳାଳୀ ଅନୁରାଧା ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର (ପୂର୍ବତନ ଜିଲ୍ଲାପାଳ, ବୌଦ୍ଧ ଓ ପୂର୍ବତନ କ୍ରୀଡା ନିର୍ଦ୍ଧେଶକ କିଟ୍), ଶ୍ରୀଯୁକ୍ତ ଅକ୍ଷୟ ମିଶ୍ର (editor perspective byte), ଅତିଶ କୁମାର ରାଉତ (ସିନେ ପ୍ରୋଜଜକ) ଓ ଦୀପକ ତ୍ରିପାଠୀ (ନିର୍ଦ୍ଧେଶକ କୁସୁମ ଟିଭି) ଯୋଗଦାନ କରିଥିଲେ। ଅତିଥି ମାନେ କ୍ରୀଡାକୁ ନେଇ ବହୁ ଗୁରୁତ୍ଵ ପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ଛୋଟ ଛୋଟ ପିଲମାନଙ୍କୁ କିପରି ଉନ୍ନତ ଧରଣର ଶିକ୍ଷା ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥଲେ। ଏଥିରେ କ୍ରୀଡା ସାମ୍ବାଦିକ ମାନଙ୍କର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଏକାଡେମୀର ଅଧ୍ୟକ୍ଷା ମୀରା ରାଣୀ ଦାସ କ୍ରୀଡା ସାମ୍ବାଦିକ ମାନଙ୍କର ଭୂମିକା କ୍ରୀଡାର ଅଗ୍ରଗତିର ମୁଖ୍ୟ ଆଧାର ବୋଲି କହିଥିଲେ ଏବଂ ସମସ୍ତଙ୍କର ସହଯୋଗ କାମନା କରିଥଲେ । ଏକାଡେମୀ ତରଫରୁ କ୍ରୀଡା ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସୂର୍ଯ୍ୟ ପ୍ରସାଦ ରଥ (sub editor sarakar), ନିରଞ୍ଜନ ରେଡ୍ଡୀ (ବରିଷ୍ଠ କ୍ରିଡ଼ା ସାମ୍ୱାଦିକ, ଓଟିଭି), କୁସୁମ ମଞ୍ଜରୀ ଦାସ (ଏମ. ଡି କୁସୁମ ଟିଭି), ଅନାଦି କର (ଧରିତ୍ରୀ) ଙ୍କୁ ସମ୍ମାନିତ କରାଯାଇଥିଲା। ଏକାଡେମୀର ପିଲାମାନେ (ଦିବ୍ୟାଞ୍ଜଳି ମହନ୍ତ, ୟସରାଜ ମହାନ୍ତି, ଦିବ୍ୟାଂଶ ପାଣିଗ୍ରାହୀ, ତନ୍ମୟ ପାଢ଼ୀ) ଜିମ୍ନାଷ୍ଟିକ ପ୍ରଦର୍ଶନ କରିଥିଲେ । ଏକାଡେମୀର ସମ୍ପାଦକ ଯଶୋବନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥଲେ। ଏକାଡେମୀର ଆଇନ ପରାମର୍ଶଦାତା ସୁବ୍ରତ କୁମାର ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ ।