ପୁରୀ : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସିଲାଣି । ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ହେଲାଣି ଆରମ୍ଭ । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଉଛି। ଏଥିପାଇଁ ମହାପ୍ରଭୁଙ୍କର ଆଜ୍ଞାମାଳ ଆସିଛି । ରଥ ଦକ୍ଷିଣ ମୋଡ ହେବାକୁ ସମସ୍ତଙ୍କ ନୀତି ଶେଷ ହେବା ପରେ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର ନିକଟକୁ ଯିବ । ରଥ ଦକ୍ଷିଣମୋଡରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାରକୁ ଆସିବ । ପ୍ରଥମେ ଦେବଦଳନ ରଥ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯିବାର ରହିଛି ପରମ୍ପରା । ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ,ପରେ ବଳଭଦ୍ରଙ୍କ ରଥ ଦକ୍ଷିଣମୋଡ଼ ନିଆଯାଉଛି।
ରଥର ଦକ୍ଷିଣ ମୋଡ ହେଉଛି ବାହୁଡା ଯାତ୍ରାର ଅୟମାରମ୍ଭ ନୀତି ।ସେପଟେ ବାହୁଡା ଯାତ୍ରା ପାଇଁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ରଥ ଯାତ୍ରା ପରି ବାହୁଡା଼ ଯାତ୍ରାରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ମୁଖ୍ଯମନ୍ତ୍ରୀଙ୍କ ସହ ଦଇତାପତି ନିଯୋଗର ଆଲୋଚନା ହୋଇଛି । ରଥଯାତ୍ରାରେ ଯେପରି ବିଳମ୍ବ ହୋଇଥିଲା ତାହାର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ପ୍ରଶାସନ ଧ୍ଯାନ ଦେବ। ଆସନ୍ତା ୬ ତାରିଖ ଦିନ ସୁନାବେଶରେ ନୀତି ର୍ନିଘଣ୍ଟ ଚୂଡାନ୍ତ ହୋଇଛି ।