ହାଇଦ୍ରାବାଦ: ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାର ସମେଲାରାମ ଫେଜ୍-୧ସ୍ଥିତ ସିଗାଚି କମ୍ପାନୀରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୪୦ ଛୁଇଁଛି । ଏହା ସହିତ ୩୩ ଜଣ ଆହତ ହୋଇଛନ୍ତି । ଏକ ପ୍ରେସ୍ ବିବୃତ୍ତି ଜରିଆରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କମ୍ପାନୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି । ଏହା ସହିତ ନିକଟ ସମ୍ପର୍କୀୟଙ୍କ ପାଇଁ ୧ କୋଟି ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସମସ୍ତ ଆହତଙ୍କର ଚିକିତ୍ସା ଜାରି ରହିଛି । ଆଗାମୀ ୯୦ ଦିନ ପର୍ଯ୍ୟନ୍ତ କମ୍ପାନୀରେ କାମ ବନ୍ଦ ରହିବ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ୪ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ସହିତ ଆଉ ୪ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ ଗଞ୍ଜାମର ଜଗନମୋହନ, କଟକ ତିଗିରିଆର ଲଗ୍ନଜିତ ଦୁଆରୀ, ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁର ଜିଲ୍ଲାର ଦୋଳଗୋବିନ୍ଦ ସାହୁ ।