ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ ଅଘଟଣ ଦେଖିବାକୁ ମିଳିଛି । ଦିବାଲୋକରେ ଯୁବକଙ୍କୁ ଛୁରମାଡ଼ କରାଯାଇଛି। ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ଯୁବକ।
ସୂଚନା ଅନୁସାରେ, ବାରିପଦା ଟାଉନ ଥାନା ଅଧିନସ୍ଥ ଷ୍ଟେସନ ବଜାରରେ ଏହି ଅଘଟଣ ଘଟିଛି । ଆଜି ସକାଳେ ଷ୍ଟେସନ ବଜାର ପରିବା ମାର୍କେଟ୍ ରୁ ପରିବା ନେଇ ଫେରିବା ସମୟରେ ହଠାତ୍ ଜଣେ ଅଚିହ୍ନା ଯୁବକ ଆସି ଏଭଳି କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଖସିଯାଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଷ୍ଟେସନ ବଜାର ଅଞ୍ଚଳରେ ଥିବା ଏକ ମଦ କାଉଣ୍ଟର ରେ କମ କରନ୍ତି। ଛୁରାମାଡରେ ଆହତ ଯୁବକର ନାମ ହେଉଛି ମୁନ୍ନା ଯାଦବ ଏଵଂ ତାଙ୍କ ଘର ବିହାରରେ ବୋଲି ଜଣାପଡିଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଛି।