କଟକ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗରତ୍ନ ସମ୍ମାନ । ମଙ୍ଗଳବାର ସାରଳା ସାହିତ୍ୟ ସଂସଦର ୪୫ ତମ ଜୟନ୍ତୀ ଓ ଆଦିକବି ଶାରଳା ଦାସଙ୍କ ୬୦୦ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନିତ କରିଛନ୍ତି ।
ଏହି ଖୁସିର ମୂହୁର୍ତ୍ତକୁ କେନ୍ଦ୍ରମନ୍ତ୍ରୀ ଖୁସି ବ୍ଯକ୍ତ କରି ନିଜ ସୋସିଆଲ ମିଡିଆରେ ଏକ୍ସ ରେ ଲେଖିଛନ୍ତି ' ଭାରତର ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରୁ ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ-୨୦୨୪’ ସମ୍ମାନରେ ବିଭୂଷିତ ହେବା ମୋ ପାଇଁ ଗର୍ବ ଓ ଅତ୍ୟନ୍ତ ଭାବାବେଗର ବିଷୟ । ଜଣେ ଓଡ଼ିଆ ଭାବରେ ମୋ ପାଇଁ ଏହା ବହୁତ ବଡ଼ ସମ୍ମାନ । ଏହାକୁ ମୁଁ ଶବ୍ଦରେ ବ୍ୟାଖ୍ୟା କରିପାରିବି ନାହିଁ । ଏହି ସମ୍ମାନ ମୋର ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କର । ଏକ ସାରସ୍ୱତ ସାହିତ୍ୟ ସଭାରେ ମୋତେ ଏହି ସମ୍ମାନର ଅଧିକାରୀ ଭାବେ ଯୋଗ୍ୟ ଭାବିଥିବାରୁ ମୁଁ ମାନ୍ୟବର ରାଷ୍ଟ୍ରପତି, ସାରଳା ସାହିତ୍ୟ ସଂସଦ ଏବଂ ଚୟନ କମିଟି ପାଖରେ କୃତଜ୍ଞ । ଆଜିର ଦିନ ମୋର ସାମାଜିକ ଓ ରାଜନୈତିକ ଜୀବନରେ ଚିର ସ୍ମରଣୀୟ ହୋଇରହିବ ।
ଆଜି ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମ ବାର୍ଷିକୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କୁମ୍ଭମପତି ଯୋଗ ଦେଇଥିଲେ ।