ଭୁବନେଶ୍ୱର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଯଦି ୩ ମାସରେ e-KYC ନ କଲେ ତେବେ କାର୍ଡ ଗୁଡ଼ିକ ସରକାର କାଟିଦେବେ । ଏ ପର୍ଯ୍ୟନ୍ତ ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ e-KYC କରିନାହାନ୍ତି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । e-KYC କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି । ଯଦି ଚାଉଳ ଯାଉନି ସେମାନେ e-KYC କଲେ ସରକାର ଚାଉଳ ଦେବେ ବୋଲି କୁହାଯାଇଛି ।
e-KYC କରିନଥିବା ଲୋକଙ୍କ ପାଇଁ ସରକାର ୩ ମାସ ଅପେକ୍ଷା କରିବେ । ୩ ମାସ ମଧ୍ୟରେ e-KYC କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ୍ ଅବସ୍ଥାରେ ରହିବ । ନେଟୱର୍କ ନଥିବା ଜିଲ୍ଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛି । ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଯେଉଁମାନେ e-KYC କରିନାହାନ୍ତି ସେମାନଙ୍କୁ ରାସନ କାର୍ଡର ସୁବିଧାରୁ ବାଦ୍ ଦିଆଯିବ । ଯାହା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ । ତୁରନ୍ତ e-KYC କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି ।