ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ବିଷ୍ଣପଦଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି ପାଇଛି । ଜୁଲାଇ ୧୮ ତାରିଖ ଯାଏଁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି । ସିବିଆଇ ରେଡ୍ ମାମଲାରେ ବିଷ୍ଣୁପଦ ଆଗୁଆ ଜାମିନ୍ ଆବେଦନ କରିଥିଲେ ।
ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ପାଇଁ ଏକ ବିଲ୍ ପାସ୍ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍ କରିବା ସହିତ ସମନ ଜାରି କରିଥିଲା । ଏଫ୍ଆଇଆରରେ ନାଁ ନ ଥାଇ ସିବିଆଇର ଏପରି କାର୍ୟ୍ୟାନୁଷ୍ଠାନକୁ ବିଷ୍ଣୁପଦ ସେଠୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗତ ଜୁଲାଇ ୩ ତାରିଖରେ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।