ଭୁବନେଶ୍ୱର : ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ହୋଇଛି। ଲିଙ୍ଗରାଜ ମନ୍ଦିର ପାଖରେ ଆତ୍ମାର ସଦ୍ଗତି ପାଇଁ ଦୀପଦାନ କରିଛନ୍ତି ବରିଷ୍ଠ ବିଜେପି ନେତା ଓ କର୍ମୀମାନେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ ବାଲେଶ୍ୱର ଘଟଣା ରାଜ୍ୟ ସରକାରଙ୍କୁ ବ୍ୟଥିତ କରିଛି । ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ ସରକାର କରୁଛନ୍ତି । ଆଜି ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ସମସ୍ତ ସ୍ଥିତିର ସମୀକ୍ଷା କରାଯାଇଛି । କେବଳ HOD କି ଅଧକ୍ଷ ନୁହନ୍ତି ସୌମ୍ୟାଶ୍ରୀ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେ କୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ ବୋଲି ରାଜ୍ଯ ସରକାର କହିଛନ୍ତି ।