ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଅଧ୍ୟାପକଙ୍କ ନିର୍ଯ୍ୟାତନାକୁ ସହ୍ୟ ନ କରି ଆତ୍ମହୁତି ଦେଇଥିଲେ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ କଲେଜଠୁ ହସ୍ପିଟାଲ , ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ଆଜି ଦିନକ ପାଇଁ ଫକୀର ମୋହନ ମହାବିଦ୍ୟାଳୟ କଲେଜ ବନ୍ଦ ଘୋଷଣା କରାଯାଇଛି। କ୍ଲାସ୍ ସସପେଣ୍ଡ କରାଯାଇଛି । ଫଳରେ ଯୁକ୍ତ ୩ ଆଡମିଶନ କରିବାକୁ ଆସିଥିବା ଛାତ୍ରଛାତ୍ରୀ ନିରାଶ ହୋଇ ଫେରିଯାଇଥିଲେ । ଆଡମିଶନ୍ ପାଇଁ ଆଉ ଏକ ଡେଟ୍ ମିଳିବ ପ୍ରିନ୍ସିପାଲ କହିଲେ ।
ସୂଚନା ଯୋଗ୍ୟ, ଗତ ଶନିବାର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଜୀବନ ହରିବାକୁ ଉଦ୍ୟମ କରି ନିଜ ଦେହରେ ନିଆଁ ସୌମ୍ୟାଶ୍ରୀ ବିଶି ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତି ୧୧ଟା ୪୬ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ଘଟଣା ପରେ ମା' ପାଗେଳୀ ଭଳି ଝିଅକୁ ଖୋଜୁଛି ଆଉ ବାପାଙ୍କ ମୁହଁରୁ କିଛି କଥା ବାହାରୁନି । ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।