ଭୁବନେଶ୍ୱର : ଖାଁ ଖାଁ ସୁନା ଦୋକାନ । ହୁହୁ ହୋଇ ବଢିଚାଲିଛି ସୁନା ଦର । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସୁନା ଦର । ବିବାହ ଋତୁରେ ସୁନାର ଦର ଶୁଣି ଲୋକଙ୍କୁ ଛାନିଆ ଲାଗୁଛି । ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି। କିନ୍ତୁ ଆଜି ସୁନା ଦର ନୂଆ ରେର୍କଡ ସୃଷ୍ଟି କରିଛି । ୮୦,୦୦୦ ପାର କରିଛି ସୁନା ଦର ।
ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଛି। ଗତକାଲି ଠାରୁ ଆଜିର ସୁନା ଦର ଅଧିକା ରହିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୭୯,୮୦୦ ଟଙ୍କା ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୮୦,୬୦୦ ଟଙ୍କାରେ ପହଞ୍ଚିଛି।
ସେହିପରି ଭରିଏ ୨୪ କ୍ୟାରେଟ୍ ସୁନା ଦର ୮୬,୦୬୦ ଟଙ୍କାରୁ ବଢି ୮୭, ୯୩୦ ଟଙ୍କାରେ ପହଞ୍ଚିଛି। କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ବାଇକ ଓ କାର ଧକ୍କାରେ ୩ ମୃତ, ଅନ୍ୟପକ୍ଷରେ ଘର ଭିତରେ ପଶିଗଲା BMW କାର୍