ବାରିପଦା: ବାରିପଦା: ୧୮ନମ୍ବର ଜାତୀୟ ରାଜପଥର ବାରିପଦା ସଦର ଥାନା ଅନ୍ତର୍ଗତ ହୁଣ୍ଡାଇ ଶୋରୁମ୍ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଏକ ସ୍କର୍ପିଓ ସହ ମାଲ ବୋଝେଇ ଅଟୋର ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଛି । ବାରିପଦା ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ଗାଡ଼ି ବାରିପଦାରୁ ବେତନୋଟି ଅଭିମୁଖେ ଯାଉଥିବା ବେଳେ ଅଟୋଟି ରାସ୍ତାପାର ହେଉଥିବା ସମୟରେ ପଛ ପଟୁ ଦ୍ରୁତବେଗରେ ଆସୁଥିବା ସ୍କର୍ପିଓ ଧକ୍କା ଦେଇଥିଲା। ଫଳରେ ଅଟୋରେ ବସିଥିବା ଦୁଇ ଜଣ ଯାତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ବାରିପଦା ପିଆରଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗୁରୁତର ଦୁଇ ଜଣ ବାରିପଦା ଅଞ୍ଚଳର ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିପାରିନାହିଁ ।