ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କଟକ ଓ ଏମ୍ ପି ଛକରେ ସବୁ ଭାରିଯାନକୁ ଅଟକାଇ ମଲଟି ହର୍ଣ୍ଣ ଚେକିଂ ଆରମ୍ଭ ହୋଇଛି । ଏହା ସହିତ ବ୍ଲାକ କାଚ ଆଦି ଗାଡ଼ି ଉପରେ ପୁଲିସ କଡ଼ା ନଜର ରଖିଛି।
ତେବେ ଏଭଳି ମଲଟି ହର୍ଣ୍ଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାଵ ପକାଉଛି । ପରିବହନ ଵିଭାଗ ନିୟମ ଅନୁସାରେ ଵସ୍ ବା ଟ୍ରକ୍ ଗୁଡିକ ୧୦ ଡେସିବଲରୁ ଅଧିକ ଶବ୍ଦ କରୁଥିବା ହର୍ଣ୍ଣ ଵ୍ୟଵହାର କରି ପାରିବେ ନାହିଁ।
ଖାଲି କଟକ ନୁହେ ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟ ମଧ୍ୟ କଡାକଜି ଚେକିଂ ଆରମ୍ଭ ହୋଇଯାଇଛି । ବିଶେଷ କରି ହେଲମେଟ୍ ନପିନ୍ଧି ଗାଡି ଚଲାଉଥିବା ବେପରୁଆ ଗାଡି ଚାଳକ ପୋଲିସ ଟାର୍ଗେଟରେ ରହିଛନ୍ତି । ବିନା ହେଲମେଟରେ ଆସୁଥିବା ଗାଡି ଚାଳକଙ୍କୁ ଧରି ପୋଲିସ ମୋଟା ଅଙ୍କର ଫାଇନ୍ ଆଦାୟ କରୁଥିବା ଜଣାପଡିଛି ।