ଭୁବନେଶ୍ୱର: ରାଜ୍ୟରେ ଥିବା ମହିଳା ଆୟୋଗ ଏବେ କ୍ଷମତା ସମ୍ପନ୍ନ ହେବ । ମହିଳା ଆୟୋଗ ସମନ ଜାରି ଡାକିବା ସହିତ ଏଣିକି ଦଣ୍ଡିତ କରିବାର ମଧ୍ୟ ଅଧିକାର ପାଇବ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଥିବା ମହିଳା କମିଶନ କ୍ଷମତାହୀନ । କମିଶନଙ୍କ ଅଧିକାର ସମନ୍ କରିବା, ଡାକିବା, ଏବଂ ଦଣ୍ଡିତ କରିବା । ମାତ୍ର ରାଜ୍ୟରେ ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କୌଣସି ମାନେ ନାହିଁ । କମିଶନ ନିଜେ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ନହେଲେ ମାନେ କିଛି ନାହିଁ । ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି ବୋଲି କହିଛନ୍ତି ଶ୍ରୀମତି ପରିଡ଼ା । ସେ ଅଧିକାର ସରକାର ଦେବେ ଏବଂ ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଆଜି ଓଡ଼ିଶା ଗସ୍ତରେ ଆସି ଅଭିଯୋଗ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ଶୁଣାଣି ହେବାର ରହିଛି ।