ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ ଆଇଟି କମ୍ପାନୀ ଇନଫୋସିସ୍ ନାଁରେ ସଙ୍ଗୀନ ଅଭିଯୋଗ । କମ୍ପାନୀ ୩୦୦ରୁ ଅଧିକ ଟ୍ରେନି କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କୃତ କରିଛି । ଇଣ୍ଟରନାଲ ଆସେସମେଣ୍ଟ ଫେଲ କାରଣ ଦର୍ଶାଇ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛି । ତେବେ ଏହି ଘଟଣା ପରେ ଚାରିଆଡୁ କମ୍ପାନୀକୁ ସମାଲୋଚନାର ଶିକାର ହେବାକୁ ପଡିବ ।
ଅନ୍ୟପଟେ ଆଇଟି କର୍ମଚାରୀ ସଂଘ ଏନଆଇଟିଜ (NITES) ଦାବି କରିଛି ଯେ, ଇନଫୋସିସରୁ ବାହାର କରାଯାଇଥିବା କର୍ମଚାରୀଙ୍କ ସଂଖ୍ୟା କୁହାଯାଇଥିବା ସଂଖ୍ୟାଠାରୁ ଢେର୍ ଅଧିକ । ଏନେଇ ସଂଘ ଇନଫୋସିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିବାକୁ ଧମକ ଦେଇଛି ।
ଏକ ରିପୋର୍ଟ ମୁତାବିକ, ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ସେଦିନ ହିଁ କ୍ୟାମ୍ପସ ଛାଡ଼ିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏପରିକି ରାତିଟିଏ ରହିବାକୁ ଯିଏ ଯେତେ ନେହୁରା ହୋଇଥିଲେ ବି ଶୁଣିନଥିଲେ କମ୍ପାନୀ କର୍ତୃପକ୍ଷ । କମ୍ପାନୀରୁ ବାହାରିଥିବା ଏକ ଟ୍ରେନି କର୍ମଚାରୀ କହିବା ମୁତାବିକ, ତାଙ୍କର ଜଣେ ମହିଳା ସହକର୍ମୀ ରାତିଟିଏ କ୍ୟାମ୍ପସରେ ରହିବାକୁ ଯେତେ କାନ୍ଦି କାନ୍ଦି ନେହୁରା ହୋଇଥିଲା, ହେଲେ କମ୍ପାନୀ ତାଙ୍କ ଅନୁରୋଧ ଶୁଣିନଥିଲା, ବରଂ ତାଙ୍କୁ ଚାଲିଯିବାକୁ କହିଥିଲା ।
ଅଧିକ ପଢନ୍ତୁ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଐତିହାସିକ ହ୍ରାସ, ୮୭ ଟଙ୍କା ଅତିକ୍ରମ
ଛଟେଇ ହୋଇଥିବା ମହିଳା ଟ୍ରେନି କର୍ମଚାରୀ ଜଣକ ମ୍ୟାନେଜମେଣ୍ଟକୁ ରାତିଟିଏ ରହିବାକୁ ଅନୁମତି ମାଗିଥିଲେ । ୭ ଫେବୃୟାରୀରେ ହଠାତ୍ ତାଙ୍କୁ ଚାକିରୀରୁ ଛଟେଇ କରିଦିଆଥିଲା । ଏହାପରେ ତୁରନ୍ତ କ୍ୟାମ୍ପସ ଖାଲି କରିବାକୁ ନୋଟିସ୍ କରାଗଲା । ଏଥିପାଇଁ ସେ ମ୍ୟାନେଜମେଣ୍ଟ କାନ୍ଦି କାନ୍ଦି ଅନୁରୋଧ କରିଥିଲେ, ରାତିଟିଏ ରହିବା ପାଇଁ । ଏବେ ରାତିରେ ସେ କୁଆଡେ ଯିବେ? କାଲି ସକାଳ ହେଲେ କ୍ୟାମ୍ପସ ଛାଡ଼ିଦେବେ ବୋଲି କହିଥିଲେ । ହେଲେ ମହିଳା କର୍ମଚାରୀଙ୍କ ନେହୁରା ଶୁଣିନଥିଲେ ମ୍ୟାନେଜମେଣ୍ଟ କର୍ତୃପକ୍ଷ । ଓଲଟା ଜବାବ ମିଳିଥିଲା, ତୁମେ କୁଆଡେ ଯିବ, ମୁଁ କେମିତି କହିବି? ଏବେ ଆପଣ ଏ କମ୍ପାନୀର କର୍ମଚାରୀ ନୁହଁନ୍ତି, ତେଣୁ ସନ୍ଧ୍ୟା ୬ଟା ସୁଦ୍ଧା ଶ୍ରୀଘ କ୍ୟାମ୍ପସ ଖାଲି କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଅଧିକ ପଢନ୍ତୁ: ଶେଖ ମୁଜିବୁରଙ୍କ ବାସଭବନ ଉପରେ ଆକ୍ରମଣ ନେଇ ଦୁଃଖ ପ୍ରକାଶ କଲା ଭାରତ, କ୍ରୋଧିତ ହେଲା ବାଂଲାଦେଶ
ନ୍ୟୁଜ ଏଜେନ୍ସି PTI ଅନୁସାରେ, ଛଟେଇ ଟ୍ରେନି କର୍ମଚାରୀମାନେ କ୍ୟାମ୍ପସରେ ଫଣ୍ଡାମେଣ୍ଟାଲ ଟ୍ରେନିଂ ନେଇଥିଲେ । କିନ୍ତୁ ୩ ଥରର ପ୍ରଚେଷ୍ଟା ସତ୍ତ୍ୱେ ଇଣ୍ଟରନାଲ ଆସେସମେଣ୍ଟ ପାସ୍ କରି ପାରିନଥିଲେ, ଯାହାକି କମ୍ପାନୀରେ ରହିବା ପାଇଁ ଆବଶ୍ୟକ ଥିଲା । ସେପଟେ କମ୍ପାନୀ ପକ୍ଷରୁ କୁହାଯାଇଛି, ଇନଫୋସିସରେ ନିଯୁକ୍ତି ପ୍ରକ୍ରିୟା ଖୁବ୍ କଠିନ । ସବୁ ଫ୍ରେସର କ୍ୟାମ୍ପସରେ ଫଣ୍ଡାମେଣ୍ଟାଲ ଟ୍ରେନିଂ ପରେ ଇଣ୍ଟରନାଲ ଆସେସମେଣ୍ଟ ପାସ୍ କରିବା ଜରୁରୀ ହୋଇଥାଏ । ଏଥିରେ ପାସ୍ ହେବାକୁ ୩ଟି ସୁଯୋଗ ଦିଆଯାଏ । ବିଫଳ ହେଲେ କମ୍ପାନୀରୁ ବାହାର କରି ଦିଆଯାଏ ।