ପ୍ରୟାଗରାଜ: ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଅଘଟଣ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଟ୍ରାଭେଲରକୁ ଧକ୍କା ଦେଲା ଟ୍ରକ । ଏଥିରେ ୭ ଜଣ ପ୍ରାଣ ହରାଇଛନ୍ତି ।
ଅଧିକ ପଢନ୍ତୁ: ଅସହ୍ୟ ହେଲା ଡ୍ରାଇଭର ଓ କଣ୍ଡକ୍ଟର ଖରାପ ଆଚରଣ; ସମ୍ମାନ ବଞ୍ଚାଇବା ପାଇଁ ଏମିତି କଲେ ୨ ନାବାଳିକା
ସୂଚନା ଅନୁଯାୟୀ ସୋମବାର ଆନ୍ଧ୍ରପ୍ରଦେଶର ୯ ଜଣ ଯୁବକ ଏକ ଟ୍ରାଭେଲର ଯୋଗେ ମହାକୁମ୍ଭକୁ ଯାଇଥିଲେ । ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ୬୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ନାଗପୁର ପ୍ରୟାଗରାଜ ଜାତୀୟ ରାଜପଥରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଟ୍ରାଭେଲରକୁ ଧକ୍କା ଦେଇଛି।
ଆଜି ସକାଳ ସାଢେ ୮ଟା ସମୟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି।