ବାଲେଶ୍ଵର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଯାହା ଫଳରେ ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି। ଯାହା ପ୍ରଭାବ ବାଲେଶ୍ବର ଜିଲ୍ଲାରେ ମଧ୍ଯ ପଡିଛି।
ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ପ୍ରବଳ ବର୍ଷାରେ ବୁଡ଼ିଯାଇଛି । ବାବାଙ୍କ ଲିଙ୍ଗ ଉପରେ ଚାଲିଛି ୮ ଫୁଟର ପାଣି । ବନ୍ଦ ହୋଇଛି ପଞ୍ଚଲିଙ୍ଗେଶ୍ବର ମନ୍ଦିରର ମୁଖ୍ୟ ଫାଟକ । ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଚାଲିଛି । ବର୍ଷା ଯୋଗୁଁ ଦେବଗିରି ପାହାଡ଼ରୁ ପ୍ରବଳ ମାତ୍ରାରେ ପାଣି ମାଡ଼ିଆସିବାରୁ ବାବାଙ୍କ ଲିଙ୍ଗ ଉପରେ ୭-୮ ଫୁଟ ଉଚ୍ଚର ପାଣି ଚାଲିଛି ।
ଶେଷ ସୂଚନା ଅନୁଯାୟୀ ଆଜି ସକାଳେ ୪ ଜଣ ପୂଜକ ଓ ଜଣେ ଟ୍ରଷ୍ଟ କର୍ମଚାରୀ ଫସି ରହିଥିଲେ । ଯଦି ଏପରି ବର୍ଷା ଲାଗିରହେ, ତେବେ ଆସନ୍ତାକାଲି ସୋମବାର ଥିବାରୁ କାଉଡିଆ ଭକ୍ତମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ସେପଟେ ପାଣିପାଗ ବିଭାଗ ପକ୍ଷରୁ ମଧ୍ଯ ବାଲେଶ୍ଵର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣି ଜାରି ହୋଇଛି।