କେନ୍ଦୁଝର: ବୁଧବାର ବିଳମ୍ବିତ ରାତିରେ କେନ୍ଦୁଝର ଯୋଡ଼ା ସହରର ଏକ ଫ୍ଲାଏ ଓଭର ଉପରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, କେନ୍ଦୁଝର ଯୋଡ଼ା ସହରର ଫ୍ଲାଏ ଓଭର ଉପରେ ବିଳମ୍ବିତ ରାତିରେ ଖଣି କମ୍ପାନୀର ହୋଲ୍ ପ୍ୟାକ୍ ଡାଲାକୁ ଲୋଡ୍ କରି ନେଉଥିବା ଟ୍ରଲର ସହ ହାଇୱାର ଧକ୍କା ହୋଇଥିଲା । ହାଇୱାଟି ଦ୍ରୁତଗତିରେ ଆସୁଥିବା ସମୟରେ ଟ୍ରଲରକୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଛି । ଦୁର୍ଘଟଣାରେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ: ଅସଲି ଓମଫେଡ ଡବା ଭିତରେ ନକଲି ଘିଅ