ଭୁବନେଶ୍ୱର: ଖୁବଶୀଘ୍ର କଟକ ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା । ଏନେଇ ଗୃହରେ ସରଗରମ ଆଲୋଚନା ଚାଲିଥିବା ବେଳେ ବିବୃତ୍ତି ରଖିଛନ୍ତି ସଂସ୍କୃ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ଏଥିପାଇଁ ୟୁନେସ୍କୋ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖି ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ।
ଅଧିକ ପଢନ୍ତୁ: ଅପରାହ୍ନ ୩ଟାରେ ଗୃହରେ ହେବ କିଟ୍ ପ୍ରସଙ୍ଗରେ ଶୁଣାଣୀ; ଶୁଣାଣୀ ବେଳେ ସାମିଲ ହେବେ ୩ଟି କମିଟିର ୮ ଜଣ ଅଧିକାରୀ; ସନ୍ଧ୍ୟା ସାଢ଼େ ୬ଟାରେ ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବହୁ ଉଦ୍ୟମ କରିଥିଲେ ବୋଲି ଗୃହରେ କହିଥିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଏହାର ଉତ୍ତରରେ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା ସେମାନଙ୍କର କାମ । ବାଲିଯାତ୍ରାକୁ ୟୁନେସ୍କୋର କିପରି ଜାତୀୟ ମାନ୍ୟତା ମିଳିବ, ସେନେଇ ଏକ ବିଶେଷଜ୍ଞ ଟିମ ୟୁନେସ୍କୋ ଟିମ୍ ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖା ଅଛି ବୋଲି ମନ୍ତ୍ରୀ କହିଛନ୍ତି।