ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଆଜିଠୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ହେବ । ଏହି ମେଳା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରି ନିଜେ ତିଆରି କରିଥିବା ସାମଗ୍ରୀକୁ ଲୋକଲୋଚନକୁ ଆଣିପାରିବେ । ଏହି ମେଳାରେ ଲୋପପାଇବାକୁ ବସିଥିବା ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଦେଖିବାକୁ ମିଳିବ। ମିଲେଟ୍ ରେ ପ୍ରସ୍ତୁତ ହୋଇଥିବା ଭଳିକି ଭଳି ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିବ ।
ଅଧିକ ପଢ଼ନ୍ତୁ: ସମ୍ବଲପୁରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ଏହା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ଵାରା ପ୍ରଦତ୍ତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି ହେବ । ସମସ୍ତ ମହିଳାମାନେ ଏଠାରେ ସାମଗ୍ରୀ ବିକ୍ରି କରି ଏହି ମେଳାର ଅଂଶ ହୋଇପାରିବେ । ୨୦୪୭ରେ ବିକଶିତ ଓଡ଼ିଶା ଓ ବିକାଶ ଭାରତ ପାଇଁ ମହିଳା ସଶକ୍ତିକରଣ ହେବ ମୂଳ ପିଣ୍ଡ । ମହିଳାମାନଙ୍କୁ ଆଗକୁ ନେବା ପାଇଁ ଏହା ଏକ ଅଭିନ୍ନ ପ୍ରୟାସ ।