ଭୁବନେଶ୍ୱର : ରାଜଧାନୀରେ ଆତଙ୍କ ଖେଳାଇଥିବା ୨ ବାଇକ୍ ଲୁଟେରା ଗିରଫ । ଖଣ୍ଡଗିରି ଥାନାର ଏକ ମାମଲାର ତଦନ୍ତ ବେଳେ ଧରାପଡ଼ିଛନ୍ତି ଲୁଟେରା । ଲୁଟେରାଙ୍କ ନିକଟରୁ ୯ଟି ଦାମୀ ବାଇକ୍ ପୋଲିସ ଜବତ କରିଛି । ଲୁଟେରାଙ୍କ ମଧ୍ୟରେ ଅଛନ୍ତି ଜଣେ ବି.ଟେକ୍ ଛାତ୍ର ।
ଏକ ସୁନିୟୋଜିତ ଢଙ୍ଗରେ ଏକ ରାକେଟ ଚୋରି କରୁଛନ୍ତି । ମୁଖ୍ୟତଃ ଅପରାଧରେ ଚୋରି ମୋଟର ସାଇକେଲ ବ୍ୟବହାର ହେଉଛି । ଏନେଇ ଏକ ସ୍ପେଶିଆଲ ଡ୍ରାଇଭ୍ କରାଯାଇଛି । ମୋଟର ସାଇକେଲ ଚୋର ଗ୍ୟାଙ୍ଗ ଉପରେ ପୋଲିସର ନଜର ରହିଛି ବୋଲି ଡିସିପି କହିଛନ୍ତି।
ମଧ୍ୟ ପ୍ରଦେଶର ଧାର ଗ୍ୟାଙ୍ଗ ମଧ୍ୟ ଆପାର୍ଟମେଣ୍ଟ ଲୁଟରେ ଚୋରା ମୋଟର ସାଇକେଲ ବ୍ୟବହାର କରିଥିଲେ । ଏହି ଗ୍ୟାଙ୍ଗର ସଦସ୍ୟ ଅର୍ଜ୍ଜୁନ ଆନାରେକୁ ଏନକାଉଣ୍ଟର କରିଥିଲେ । ଦୁଇ ଚୋର ବସନ୍ତ ରାଉତ, ଅଙ୍କିତ ରାଉତ ଗିରଫ ହେବା ପରେ ଜଣା ପଡ଼ିଛି ଅଙ୍କିତ ରାଉତ ଜଣେ ବିଟେକ ଛାତ୍ର ଅଟନ୍ତି ।