ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ହାଇସ୍କୋରିଂ ମ୍ୟାଚରେ ବାଜି ମାରି ନେଇଛି ଅଷ୍ଟ୍ରେଲିଆ । ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ ହୋଇଛି ରନ ବର୍ଷା । ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୩୫୧ ରନର ରେକର୍ଡ ଲକ୍ଷ୍ୟକୁ ପିଛା କରି ଇତିହାସ ରଚିଛି କଙ୍ଗାରୁ ଦଳ । ଆଉ ଜୋଶ ଇଂଲିଶଙ୍କ ଅପରାଜିତ ଶତକ ଆଗରେ ବୃଥା ହୋଇଛି ବେନ ଡକେଟଙ୍କ ଐତିହାସିକ ଶତକ । ଇଂଲିଶଙ୍କ ଅପରାଜିତ ୧୨୦ ରନ କରି ଦଳକୁ ଜିତାଇଛନ୍ତି । ଆଲେକ୍ସ କରି ୬୯ ରନ ଓ ମାଥ୍ୟୁ ସର୍ଟ ୬୩ ରନର ଉପଯୋଗୀ ଇନିଂସ ଖେଳିଛନ୍ତି ।
ଏହା ପୂର୍ବରୁ ଇଂଲଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେନ ଡକେଟ ୧୬୫ ରନର ଐତିହାସିକ ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ ଜୋ ରୁଟ୍ ୬୮ ରନର ଉପଯୋଗୀ ରନ କରିଥିଲେ । ଡକେଟଙ୍କ ଶତକୀୟ ଇନିଂସ ଦମରେ ଇଂଲଣ୍ଡ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ୩୫୧ ରନ ସର୍ବାଧିକ ସ୍କୋର କରିଥିଲା । କିନ୍ତୁ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟକୁ ୧୫ ବଲ୍ ବଳକା ଥା ହାସଲ କରି ନେଇଛି । ଏହା ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ବିଜୟ ଲକ୍ଷ୍ୟ ପିଛା କରିବାର ରେକର୍ଡ ଶ୍ରୀଲଙ୍କା ନାଁରେ ଥିଲା । ଶ୍ରୀଲଙ୍କା ୨୦୧୭ରେ ଭାରତ ବିପକ୍ଷରେ ୩୨୨ ରନର ବିଜୟ ଲକ୍ଷ୍ୟକୁ ସଫଳତା ପୂର୍ବକ ହାସଲ କରି ନେଇଥିଲା ।
ଆଉ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫିର ବଡ ରେକର୍ଡ ନିଜ ନାଁରେ କରିଛି । ୩୫୨ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା କଙ୍ଗାରୁ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ଜୋଶ ଇଂଲିଶ । ସେ ୧୨୦ ରନର ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି । ।ଲେକ୍ସ କରି ୬୯ ରନ ଓ ମାଥ୍ୟୁ ସର୍ଟ ୬୩ ରନର ଉପଯୋଗୀ ଇନିଂସ ଖେଳିଛନ୍ତି । ମ୍ୟାକ୍ସୱେଲ ମଧ୍ୟ ଦଳ ବିଜୟରେ ଯୋଗଦାନ ଦେଇଛନ୍ତି । ସେ ୧୫ ବଲରୁ ୩୨ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି ।