ଛତ୍ରପୁର : ଋଷିକୂଲ୍ୟା ମୁହାଣ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ଆରମ୍ଭ ହୋଇଯାଇଛି। ହଜାର ହଜାର ଅଲିଭ ରିଡେଲ କଇଁଛ ସମୁଦ୍ର ବେଳାଭୂମିକୁ ଆସି ଗଣଅଣ୍ଡାଦାନ କରୁଛନ୍ତି। ୭ ଦିନରେ ପ୍ରାୟ ୬ ଲକ୍ଷ ୪୧ ହଜାର ଅଲିଭ ରିଡଲେ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଅଣ୍ଡାଦାନ ବେଳେ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନେଇଛି। ଗଣଅଣ୍ଡାଦାନ ପୂର୍ବରୁ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଵା ସହ ବ୍ୟାରିକେଟ କରାଯାଇଛି। ସେପଟେ ରୁଷିକୁଲ୍ୟା ଏବଂ ଦେବୀ ନଦୀ ମୁହାଣରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡାଦାନ କରିଛନ୍ତି। ତେବେ ରାଜ୍ୟ ମତ୍ସ୍ୟ ଓ ବନ୍ୟ ବିଭାଗ ସହଯୋଗରେ ଏହି ଅଭିଯାନ ୩୧ମେ ୨୦୨୫ ପର୍ଯ୍ୟନ୍ତ ଚାଲିବ।