ମହାକୁମ୍ଭ ନଗର: ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ସେ ଭୁବନେଶ୍ୱର ବିମାନବନ୍ଦରରୁ ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶ ପ୍ରଶାସନ ପକ୍ଷରୁ ମୁଖ୍ଯମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହାପରେ ଶ୍ରୀ ମାଝୀ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ଅଭିମୁଖେ ଯିବେ। ପରିବାର ସହ ସଂଗମରେ ବୁଡ଼ ପକାଇବେ। ଓଡ଼ିଶାବାସୀଙ୍କ ମଙ୍ଗଳ ଲାଗି ମାତା ଗଙ୍ଗାଙ୍କୁ କରିବେ ପ୍ରାର୍ଥନା। ଆଜି ରାତିରେ ପ୍ରୟାଗରାଜରେ ରହିବେ। ଏହାପରେ ସେ ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ଓ ବାରାଣସୀ ଯିବେ। ରାମମନ୍ଦିରରେ ପୂଜା ଅର୍ଚ୍ଚନା କରିବେ। ୨୫ ତାରିଖରେ ଦିଲ୍ଲୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
ସୂଚନାଯୋଗ୍ୟ, ପୂର୍ବରୁ ସଙ୍ଗମସ୍ଥଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ ବୁଡ ପକାଇଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରୟାଗରାଜ ଯାଇ ବୁଡ ପକାଇଛନ୍ତି।