ଉମରକୋଟ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଦୁଇ କୃଷି ଅଧିକାରୀ । ଦୁଇ କୃଷି ଅଧିକାରୀ ହେଉଛନ୍ତି ଉମରକୋଟର ନୀଳକଣ୍ଠ ପରିଡା ଓ ସୁରେନ୍ଦ୍ର ବୁନ୍ଦେଲା । ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଗିରଫ କରି ନୀଳକାନ୍ତ ପରିଡ଼ାଙ୍କ ୩ ଟି ସ୍ଥାନରେ ଓ ସୁରେନ୍ଦ୍ରସିଂ ବୁନ୍ଦେଲଙ୍କ ୨ ଟି ସ୍ଥାନରେ ଚଢାଉ ଜାରି କରିଛି ।
ସୂଚନା ଅନୁସାରେ, ଜଳ ନିଧି ଯୋଜନାରେ ଜଣେ ଚାଷୀ ଜମିରେ ବୋରୱେଲ ଖୋଲିବା ପାଇଁ କୃଷି ଅଧିକାରୀଙ୍କୁ ସବ୍ସିଡି ଟଙ୍କା ମାଗିଥିଲେ । କିନ୍ତୁ କୃଷି ଅଧିକାରୀ ସବ୍ସିଡି ଟଙ୍କା ଦେବା ପାଇଁ ଚାଷୀଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଖବର ଚାଷୀ ଜଣକ ଭିଜିଲାନ୍ସ ବିଭାଗ ଆଗରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ପୂର୍ବ ପ୍ରସ୍ତୁତ ଯୋଜନା କରିଥିଲେ । ଆଜି ଯେତେବେଳେ ଦୁଇ କୃଷି ଅଧିକାରୀ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିଲେ ସେତିକିବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଘଟଣା ପରେ ଆସିଷ୍ଟାଣ୍ଟ ଆଗ୍ରିକଲଚର୍ ଅଫିସର୍ ନୀଳକଣ୍ଠ ପରିଡାଙ୍କ ୩ ଟି ସ୍ଥାନ ଏବଂ ବ୍ଲକ୍ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲଙ୍କ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି କରିଛି ।