କେନ୍ଦ୍ରାପଡ଼ା: ବିଳମ୍ବିତ ରାତିରେ ଦୁର୍ଘଟଣା। ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ନିକଟରୁ ମିଳିଲା ମାରଣାସ୍ତ୍ର । କେନ୍ଦ୍ରାପଡ଼ା ଜିଲ୍ଲାର ଏସପି ଅଫିସ ନିକଟରେ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଗୋଟେ ମୋଟର ସାଇକେଲ ସହ ଆଉ ଗୋଟେ ମୋଟର ସାଇକଲ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଅତି ଦ୍ରୁତଗାତିରେ ଆସୁଥିବା ମୋଟରସାଇକେଲ ଚାଳକଙ୍କ ନିକଟରୁ ଦୁଇଟି ମାରଣାସ୍ତ୍ର ଜବତ ହୋଇଛି । ବାଇକସହ , ବନ୍ଧୁକ, ଓ ଗୋଟେ ଖଣ୍ଡା ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।