ମହାକୁମ୍ଭ ନଗର : ଆଜି ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ଅତି ଆନନ୍ଦର ସହ ମୁଖ୍ଯମନ୍ତ୍ରୀ ଆସ୍ଥାର ବୁଡ ପକାଇଛନ୍ତି।
ମହାସ୍ନାନର ଶେଷ ସପ୍ତାହ ଚାଲିଛି । ଆଉ ଦୁଇ ତିନି ଦିନ ପରେ ଖାଁ ଖାଁ ହୋଇଯିବ ସଙ୍ଗମ ସ୍ଥଳ । ୧୪୪ ବର୍ଷ ପରେ ଏହି ପବିତ୍ର ମୂହୂର୍ତ୍ତ ଶେଷ ହୋଇଯାଉଥିବାରୁ ଏବେ ଆସ୍ତାର ବୁଡ ପାଇଁ, ଦେଶ ବିଦେଶର କୋଣ ଅନୁକୋଣରୁ, ସଙ୍ଗମ ସ୍ଥଳକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଆସନ୍ତା ୨୬ ତାରିଖରେ ମହାକୁମ୍ଭ ସରିବା ସହ ସେଦିନ ମହାଶିବରାତ୍ରି ପଡୁଛି । ତେଣୁ ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜରେ ଭକ୍ତଙ୍କ ସମାବେଗ ବଢୁଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁରୋଧ କ୍ରମେ ଆଜି ନିଜ ପରିବାର ସହ ମହାକୁମ୍ଭରେ ଯାଇ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।