ଉତ୍ତରପ୍ରଦେଶ: ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ବିଶେଷକରି ମହିଳା ଏବଂ ବାଳିକାମାନଙ୍କ ପାଇଁ ଅନେକ ଯୋଜନା ଆଣୁଛନ୍ତି । କେନ୍ଦ୍ର ସରକାରଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ସରକାର ମଧ୍ୟ ଝିଅମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥାନ୍ତି । ତେବେ ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଝିଅ ମାନଙ୍କ ପାଇଁ ଏଥର ବଜେଟରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ରାଜ୍ୟର ଝିଅମାନଙ୍କୁ ମାଗଣା ସ୍କୁଟି ଦିଆଯିବ। ୨୦୨୨ ମସିହାରେ ଆରମ୍ଭ ହୋଇଥିବା ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ପାଇଁ ୪୦୦ କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି।
ୟୁପି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଫେବୃଆରୀ ୨୦ରେ ବଜେଟ ସମୟରେ ଏହି ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ପାଇଁ ସରକାରଙ୍କ ଦ୍ୱାରା ୪୦୦ କୋଟି ଟଙ୍କାର ବଜେଟ ମଧ୍ୟ ଅନୁମୋଦନ କରାଯାଇଛି। ଏହି ମାଗଣା ସ୍କୁଟି ସରକାରଙ୍କ ପକ୍ଷରୁ ମେଧାବୀ ଛାତ୍ରୀମାନଙ୍କୁ ଦିଆଯିବ।
ଦ୍ୱାଦଶ ଶ୍ରେଣୀରେ ଭଲ ଫଳାଫଳ ଆଣିଥିବା ଝିଅମାନଙ୍କୁ ଉତ୍ତର ପ୍ରଦେଶ ସରକାର ମାଗଣା ସ୍କୁଟି ଯୋଗାଇବେ। ଝିଅମାନଙ୍କୁ ଉଚ୍ଚଶିକ୍ଷା ପଢ଼ିବା ପାଇଁ ଉତ୍ସାହିତ କରିବା ଏବଂ ଏଥିପାଇଁ ସେମାନଙ୍କୁ ସାହାଯ୍ୟ ଯୋଗାଇବା ହେଉଛି ଏହି ଯୋଜନାର ଲକ୍ଷ । ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ ଏପରି ଅନେକ ଝିଅ ଅଛନ୍ତି। ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳର ଅନେକ ଝିଅ ଉଚ୍ଚଶିକ୍ଷା ପାଇଁ ସହରକୁ ଯିବାର ସାମର୍ଥ୍ୟ ନ ଥିବାରୁ ସେମାନଙ୍କର ଶିକ୍ଷା ଅଧାରୁ ଛାଡିଦେବାକୁ ବାଧ୍ୟ ହୁଅନ୍ତି । ହେଲେ ଏବେ ସରକାର ମେଧାବୀ ଝିଅଙ୍କୁ ସ୍କୁଟି ଦେବା ଘୋଷଣା ପରେ ସେମାନେ ନିଜ ପାଠପଢା ଜାରି ରଖିବେ ।