ଅହମ୍ମଦାବାଦ: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୫୮,୧୦୪.୪ କୋଟି ଟଙ୍କା ଟିକସ ଜମା କରାଯାଇଛି। ଯାହା ୨୦୨୩ ଆର୍ଥିକ ବର୍ଷରେ ୪୬,୬୧୦.୨ କୋଟି ଟଙ୍କା ତୁଳନାରେ ୨୪.୭ ପ୍ରତିଶତ ଅଧିକ।
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଦାନୀ ଗ୍ରୁପ୍ ଟ୍ୟାକ୍ସ ଟ୍ରାନ୍ସପରେନ୍ସି ରିପୋର୍ଟ' ପ୍ରକାଶ କରିଛି । Adani Group Tax Reportରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଏବଂ ଏସଇଜେଡ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ ଏବଂ ଅମ୍ବୁଜା ସିମେଣ୍ଟ୍ସ ସମେତ ସାତଟି ତାଲିକାଭୁକ୍ତ ସଂସ୍ଥାର ଟିକସ ଅବଦାନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ବ୍ୟତୀତ, ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଘଊଞଠ, ଇଉଉ ଏବଂ ସାଂଘି ଇଣ୍ଡଷ୍ଟ୍ରିଜର ଟିକସ ତଥ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।
ତେବେ ଏନେଇ ଆଦାନୀ ଗ୍ରୁପ୍ ର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି ‘ସ୍ୱଚ୍ଛତା ହେଉଛି ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ବିଶ୍ୱାସର ଚାବିକାଠି। ସେ ଆହୁରି ମଧ୍ୟ କହିଛନ୍ତି, “ସ୍ୱଚ୍ଛତା ହେଉଛି ବିଶ୍ୱାସର ମୂଳଦୁଆ ଏବଂ ନିରନ୍ତର ବିକାଶ ପାଇଁ ବିଶ୍ୱାସ ଜରୁରୀ ଅଟେ। ଆମ ଦେଶର ଆର୍ଥିକ କ୍ଷେତ୍ରରେ ଆମେ ଯାହା କିଛି ଅବଦାନ ଦେଇଥାଉ ତାହା ସ୍ୱଚ୍ଛତା ଏବଂ ଉତ୍ତମ ଶାସନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ’|