ଉତ୍ତରପ୍ରଦେଶ: ଜେଲ ଭିତରେ କଏଦୀ କଲେ ମହାକୁମ୍ଭ ସ୍ନାନ । ହଜାର ହଜାର ହିନ୍ଦୁ ମୁସଲିମ କଏଦୀ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହୋଇ ପବିତ୍ର ସଙ୍ଗମ ପାଣିରେ ସ୍ନାନ କରିଛନ୍ତି । ଗାଧେଇବା ସମୟରେ କଏଦୀ ମାନେ କାରାଗାର ଭିତରେ ହର ହର ଗଙ୍ଗେ ନାରା ଦେଇଥିଲେ । ଉତ୍ତରପ୍ରଦେଶର ୭୫ଟି କାରାଗାରରେ ଥିବା ପ୍ରାୟ ୯୦ ହଜାରରୁ ଅଧିକ ଅନ୍ତେବାସୀ ମହାକୁମ୍ଭର ପବିତ୍ର ପାଣିରେ ସ୍ନାନ କରିଛନ୍ତି ।
କଏଦୀ ମାନେ ଜେଲରେ ସ୍ନାନ କରିବା ପାଇଁ ଲକ୍ଷ୍ନୌ, ଅଯୋଧ୍ୟା, ଆଲିଗଡ଼ ସମେତ ସହରର ବିଭିନ୍ନ ଜେଲକୁ ଆସିଥିଲା ମହାକୁମ୍ଭର ପବିତ୍ର ଜଳ । ସଙ୍ଗମରୁ ଆସିଥିବା ଜଳକୁ ନିୟମିତ ପାଣିରେ ମିଶାଇ ଏକ ଛୋଟ ଟ୍ୟାଙ୍କି ପ୍ରସ୍ତୁତ କରାଯାଇଥିଲା । ଏହାପରେ ସବୁ କଏଦୀଙ୍କୁ ସେଠାରେ ଗାଧେଇବା ପାଇଁ ଦିଆଯାଇଥିଲା । ଏହାପରେ ସବୁ କଏଦୀ ଗୋଟିଏ ସ୍ଥାନରେ ଏକାଠି ହୋଇ ପବିତ୍ର ସ୍ନାନ କରିଥିଲେ ।