ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳରେ ପାଗଳା କୁକୁର ଆତଙ୍କ ଖେଳିଯାଇଛି। ପାଗଳା କୁକୁର ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ପୁଣି ଖେଳିଲା ପାଗଳା କୁକୁର ଆତଙ୍କ । ଗୋଡାଇ ଗୋଡାଇ ରାସ୍ତାରେ ଲୋକଙ୍କୁ କାମୁଡୁଛି । ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଅଂଚଳରେ ଘଟିଛି । କମର୍ଦ୍ଦା ବଜାର ଓ ଦୁଡପଳ ଛକରେ ୬ ଜଣଙ୍କୁ କୁକୁର ଗୋଡାଇ ଗୋଡାଇ କାମୁଡୁଛି । ସ୍ଥାନୀୟ ଲୋକ, ତୁରନ୍ତ ଆହତ ଲୋକଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପାଗଳା କୁକୁରକୁ କାବୁ କରିବା ପାଇଁ ଲୋକମାନେ ଦାବି କରିଛନ୍ତି । ପାଗଳା କୁକୁରର ଆତଙ୍କ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ।