ବଲାଙ୍ଗୀର: ବଲାଙ୍ଗୀର ସିଭିଲକୋର୍ଟ ସମ୍ମୁଖରେ ଦୁର୍ଘଟଣା । ବାଇକ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ ଘଟିଛି । ମୃତକ ହେଲେ ବଲାଙ୍ଗୀର ସହର ତାଲପାଲିପଡାର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅକ୍ଷୟ ମିଶ୍ର । ପନିପରିବା କିଣିବା ପାଇଁ କାରରୁ ଓହ୍ଲାଇ ରାସ୍ତାପାରି ହେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦ୍ରୁତ ଗତିରେ ଆସୁଥିବା ବାଇକ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ । ଡାକ୍ତର ମୃତଘୋଷଣା କରିଥିଲେ ।
ସୂଚନା ଅନୁସାରେ, ଆଜି ଘରେ ପୂଜା ଥିବାରୁ ଅକ୍ଷୟ ପୁଅ ସହ କାରରେ ବଜାରକୁ କିଣାକିଣି କରିବାକୁ ଯାଇଥିଲେ ସିଭିଲ କୋର୍ଟ ସାମ୍ନାରେ ଶାଗ କିଣିବା ପାଇଁ କାରରୁ ଓହ୍ଲାଇ ରାସ୍ତା ପାରି ହେଉଥିବା ସମୟରେ ବାଇକ ଧକ୍କାରେ ମୃତ୍ୟୁବରଣ କରିଛନ୍ତି । ଘଟଣା ସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିଛି । ଦୁର୍ଘଟଣାରେ ବାଇକ ଚାଳକ ମଧ୍ୟ ଆହାତ ହୋଇଥିବା ଜଣାପଡିଛି । ଟାଉନ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ଭୀମ ଭୋଇ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଅଧିକ ପଢ଼ନ୍ତୁ: ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍