କଟକ: ଲିଫ୍ଟ ଦେବା ବାହାନାରେ ଲୁଟ କଲେ ଲୁଟେରା । ବନ୍ଧୁକ ମୁନରେ ଲୁଟ କଲେ ବାଇସ ହଜାର ଟଙ୍କା। ଏହି ଘଟଣାରେ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ।
ସୂଚନା ଅନୁସାରେ , ଗତ ମାସ ୨୮ ତାରିଖରେ କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ଜଣେ ଶିକ୍ଷକଙ୍କ ପାଖରୁ ହୋଇଥିଲା ଲୁଟ । ବନ୍ଧୁକ ମୁନ ଦେଖାଇ ଶିକ୍ଷକଙ୍କ ପାଖରୁ ଲୁଟ କରିଥିଲେ ଲୁଟେରା । ଏନେଇ ଶିକ୍ଷକ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଚୌଦ୍ଵାର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି । ଲୁଟେରାଙ୍କ ଠାରୁ ଏକ ଖେଳଣା ବନ୍ଧୁକ ଓ ଏକ କାର ଜବତ୍ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।