ଭୁବନେଶ୍ୱର: ପରଲୋକରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ । ଶନିବାର ସକାଳେ ବାର୍ଦ୍ଧକ୍ୟ ଜନିତ କାରଣରୁ ଦିଲ୍ଲୀ ବାସ ଭବନରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା ।
୧୯୩୩ ମସିହା ୬ ଜୁଲାଇରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ମାୟାଧର ରାଉତ । ମାତ୍ର ୭ ବର୍ଷ ବୟସରୁ ସେ ‘ଗୋଟିପୁଅ’ ନୃତ୍ୟ ତାଲିମ ନେବା ଆରମ୍ଭ କରିଥିଲେ। ୧୯୪୪ ମସିହାରେ ସେ ପ୍ରଥମ ଥର ପାଇଁ ମଞ୍ଚରେ ‘ଗୋଟିପୁଅ’ ନୃତ୍ୟ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ପ୍ରତି ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଭଳି ବହୁ ସମ୍ମାନରେ ସମ୍ମାନିତ କରାଯାଇଛି ।