ଭଦ୍ରକ : ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ । ଓଲଟିଲା ବେଆଇନ ଗୋରୁ ଗାଡ଼ି । ଡ଼୍ରାଇଭର ମୃତ ଓ ୩ ଗୋରୁ ମୃତ, ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଭଦ୍ରକ -ଆଖଣ୍ଡଳମଣି ରାଜ୍ୟ ରାଜପଥର ଆସୁରାଳି ଠାରେ ଅଘଟଣ ଘଟିଛି । ଏକ ବେଆଇନ ଗୋରୁ ବୋଝେଇ ଗାଡ଼ିକୁ ପିଛା କରିଥିଲା ଧୁସୂରି ପୋଲିସ ଏବଂ ଧାମନଗର ପୁଲିସ । ପୋଲିସକୁ ଦେଖି ଗାଡ଼ି ଫେରାର ହେବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଭଦ୍ରକ ମେଡିକାଲରେ ମୃତ ଘୋଷଣା କରାଯାଇଛି । ସେଥିରେ ଥିବା ୧୫ ଟି ଗୋରୁ ମଧ୍ୟରୁ ୩ ଗୋଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି । ମୃତ ଡ୍ରାଇଭରଙ୍କର ପରିଚୟ ମିଳି ନାହିଁ । ଧୂଷୁରୀ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।