ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା ସହ ଭୟଭୀତ ହୋଇ ଘଟଣା ପ୍ରକାଶ କରିବାକୁ ସକ୍ଷମ ହୋଇନଥିଲେ । ତେବେ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଗତ ୨୨ ତାରିଖ ଦିନ ସଂଧ୍ୟା ସମୟରେ ଯାଜପୁର ଟାଉନ ଥାନା ନିକଟ ଗାନ୍ଧୀ ଛକ ଠାରେ ଜଣେ କର୍ମଜୀବୀ ମହିଳା ଘରକୁ ଯିବାକୁ ଗାଡିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଟୋ ଚାଳକ ମହିଳାଙ୍କୁ ଘର ପାଖ ବଜାରରେ ଛାଡି ଦେବାକୁ କହି ଡାକିଥିଲେ। ପୂର୍ବରୁ ଗାଡିରେ ୨ ଜଣ ଯୁବକ ବସିଥିବା ବେଳେ ମହିଳା ଜଣକ ମଧ୍ୟ ଗାଡିରେ ଆସିଥିଲେ। ଅଟୋରେ କିଛି ବାଟ ଗଲା ପରେ ଯୁବକ ଦ୍ବୟ ଗାଡି ଭିତରେ ମହିଳାଙ୍କ ପ୍ରତି ଦୁବ୍ୟବହାର କରିବା ସହ ମହିଳାଙ୍କ ଓଡଣୀରେ ତାଙ୍କ ମୁହଁ ହାତକୁ ବାନ୍ଧି ପକାଇଥିଲେ। ଏହାପରେ ସେମାନେ ଯାଜପୁର ସହର ସଂଲଗ୍ନ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲେ ସେଠାରେ ପୂର୍ବରୁ ୩ ଜଣ ମଦ୍ୟପ ଯୁବକ ଉପସ୍ଥିତ ରହିଥିୁଲେ। ପରେ ସମସ୍ତେ ମହିଳାଙ୍କୁ ଗଣ ଦୁଷ୍ମର୍ମ କରିବା ସହ ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାକୁ ୭୨ ଘଣ୍ଟା ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସକୁ ସଫଳତା ମିଳିପାରିନି।