ଭୁବନେଶ୍ୱର: ରାଜ୍ୟରେ ବଦଳିଛି ପାଗ। ଅସହ୍ୟ ଗୁଳୁଗୁଳି ଓ ତାପମାତ୍ରାରୁ ଆସ୍ୱସ୍ଥି ପାଇଛନ୍ତି ରାଜ୍ୟବାସୀ। ତେବେ ଗତକାଲି ଠାରୁ ରାଜ୍ୟରେ କମିଛି ତାତି। ଏପରିକି ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଆଜି ୭ ଜିଲ୍ଲା କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ଭଦ୍ରକକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୩୦-୪୦ କିମି ରହିପାରେ ବୋଲି ସୂଚନା ମିଳିଛି। ତେବେ କାଳବୈଶାଖୀ ସମୟରେ ସତର୍କ ରହିବା ପାଇଁ ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ।